ଓଏନଜିସି କାରଖାନାରେ ଭୀଷଣ ଅଗ୍ନିକାଣ୍ଡ

ସୁରତ, ୨୪/୯ : ଆଜି ଭୋର୍ ସମୟରେ ଗୁଜୁରାଟର ସୁରତରେ ଥିବା ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ କିମ୍ବା କେହି ଆହତ ହୋଇନାହାଁନ୍ତି। ଏହି ସୂଚନା ଓଏନଜିସି ଦ୍ୱାରା ଦିଆଯାଇଛି |

ଓଏନଜିସି ଅଧିକାରୀଙ୍କ ଅନୁଯାୟୀ, ପ୍ଲାଣ୍ଟରେ ଏକାଧିକ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରାଯାଇଥିବା କୁହାଯାଉଛି। ତେବେ ଅନେକ କିଲୋମିଟର ଦୂର ଯାଏଁ ଅଗ୍ନିକାଣ୍ଡର ଧୂଆଁର ଦେଖିବାକୁ ମିଳୁଥିବା ଜଣାଯାଇଛି |