ମହିଳାଙ୍କୁ ଅସଦାଚରଣ ବା ଦୁଷ୍କର୍ମ କଲେ ସହରର ସବୁ ଛକରେ ପୋଷ୍ଟର ଲାଗିବ : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୪ /୯ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏବେଠାରୁ ଯଦି କେହି ମହିଳାଙ୍କୁ ଅସଦାଚରଣ ବା ଦୁଷ୍କର୍ମ କରନ୍ତି, ତା’ହେଲେ ତାଙ୍କ ପୋଷ୍ଟରକୁ ସହରର ସମସ୍ତ ଛକରେ ଲଗାଯିବ। ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ନୂଆ ନିର୍ଦ୍ଦେଶ ଅନୁସାରେ, ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୁକ୍ତଙ୍କୁ ମହିଳା ପୁଲିସ କର୍ମଚାରୀଙ୍କ ଦ୍ୱାରା ଦଣ୍ଡିତ କରାଯିବ। ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ ସାରା ସମାଜ ଜାଣିବା ଆବଶ୍ୟକ ବୋଲି ସରକାର ଏହି ଆଦେଶ ଜାରି କରିଛନ୍ତି।