ମୁମ୍ବାଇ, ୨୪/୯ : ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଆଜି ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଡିନ୍ ଜୋନ୍ସ ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍) ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ ୭ତାରକା ହୋଟେଲରେ ରହୁଥିଲେ। ସେ ୧୯୮୪ ମସିହାରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ରେ ୩ ହାଜର ୬୩୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ୧୧ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସାମିଲ ରହିଛି । ସେ ୧୬୪ ଏକ ଦିବସୀୟ ମ୍ୟାଚରେ ୬ ହାଜର ୬୮ ରନ୍ କରିଥିଲେ । ଏକ ଦିବସୀୟ ମ୍ୟାଚରେ ସେ ୭ଟି ଶତକ ଓ ୪୬ଟି ଅର୍ଦ୍ଧଶତକ ହାସଲ କରି ହାରାହାରି ୪୪.୬୧ ରନ୍ କରିଥିଲେ । ସେ ତାଙ୍କ ସମୟର ଶ୍ରେଷ୍ଠ ଏକ ଦିବସୀୟ ଖେଳାଳିଙ୍କ ମଧ୍ୟରେ ଜଣେ ଥିଲେ ।