ଜମ୍ମୁ-କାଶ୍ମୀର : ଆତଙ୍କବାଦୀମାନଙ୍କ ଗୁଳିରେ ଆଇନଜୀବୀ ବାବର କାଦରୀ ମୃତ, ଟିଭି ବିତର୍କରେ କାଶ୍ମୀର ଉପରେ ରଖୁଥିଲେ ମତ
ଶ୍ରୀନଗର, ୨୪/୯: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଗୁରୁବାର ସନ୍ଧ୍ୟାରେ ଜଣେ ବିଶିଷ୍ଟ ଓକିଲ ବାବର କାଦରୀଙ୍କୁ ହତ୍ୟା କରାଯାଇଛି । ପ୍ରଥମେ ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇ ପଡିଥିଲେ। କିନ୍ତୁ ମେଡିକାଲରେ ପହଁଚିବା ପୂର୍ବରୁ ସେ ପ୍ରାଣ ହରାଇଥିଲେ ।
ବାବରୀ କାଦରୀ ଜମ୍ମୁ-କାଶ୍ମୀର ନୁହେଁ ବରଂ ସାରା ଦେଶରେ ପରିଚୟ ପ୍ରତିଷ୍ଠା କରିଥିଲେ । ସେ ଟିଭି ଡିବେଟରେ ଭାଗ ନେଉଥିଲେ । ଏପରିକି କାଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରୁଥିଲେ । ତେବେ ଗୁରୁବାର ତାଙ୍କୁ ଆତଙ୍କବାଦୀମାନେ ଗୁଳି ମାଡ କରିଥିଲେ । ମେଡିକାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବାବରୀ ନିଜେ ମଧ୍ୟ ଟ୍ୱିଟ୍ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ । ସେ ନିଜ ଶେଷ ଟ୍ୱିଟ୍ରେ ଲେଖିଥିଲେ ଯେ, ପୋଲିସ ସାହ ନଜୀରଙ୍କ ବିରୋଧରେ ମାମଲା ରୁଜୁ କରୁ । କାରଣ ନଜୀର ତାଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି । ଏହାକୁ ନେଇ ତାଙ୍କ ଜୀବନ ପ୍ରତି ବିପଦ ରହିଛି । କାଦରୀଙ୍କ ଟ୍ୱିଟର ଆକାଉଣ୍ଟ ବାବର କାଦରୀ ଟ୍ରୁଥ୍ ଅଟେ ।