ନଭେମ୍ବରରେ ଆସିବ ଚୀନର କରୋନା ଟିକା, ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ

ବେଜିଂ : କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବାବେଳେ ଏହି ଭୁତାଣୁର ଉତ୍ପତ୍ତିସ୍ଥଳ ଚୀନରେ ଏବେ କରୋନା ପ୍ରାଦୁର୍ଭାବ ହ୍ରାସ ପାଇସାରିଛି । ଏହାସହିତ ଚୀନ ଏବେ କରୋନା ଟିକା ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଚୀନ ଦ୍ୱାରା ପ୍ରସ୍ତୁତ କରୋନା ଟିକା ଆସନ୍ତା ନଭେମ୍ବର ସୁଦ୍ଧା ସର୍ବସାଧାରଣଙ୍କ ସେବନ ପାଇଁ ଉପଲବ୍ଧ ହେବ ବୋଲି ଚୀନ ସରକାର ଦାବି କରିଛନ୍ତି ।

ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି)ର ମୁଖ୍ୟ ଗୁଜେନ ୟୁ କହିଛନ୍ତି ଯେ ଏବେ ଚୀନରେ ୪ଟି ଟିକାର ବିକାଶ କରାଯାଉଛି । ସେଗୁଡ଼ିକ ଏବେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛନ୍ତି । ଏହି ଟିକା ଗୁଡ଼ିକର ଫଳାଫଳ ସନ୍ତୋଷଜନକ ରହିଛି । ଏବେ ଟିକାକୁ ଜରୁରୀକାଳୀନ ସେବା କରୁଥିବା କର୍ମଚାରୀମାନଙ୍କୁ ଦିଆଯାଇଛି । ଆଗାମୀ ନଭେମ୍ବର ସୁସ୍ଥା ଟିକାକୁ ସାଧାରଣ ଲୋକଙ୍କୁ ଦିଆଯିବ ।