ମୁମ୍ବାଇ, ୨୫/୯ : ଡ୍ରଗ୍ ମାମଲାରେ ବଡ ବଲିଉଡ ଅଭିନେତ୍ରୀମାନେ ଫସିଯାଇଛନ୍ତି। ଏନସିବି ସାରା ଅଲି ଖାନ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ରାକୁଲପ୍ରୀତ ସିଂଙ୍କୁ ସମନ ପଠାଇଥିଲା। ଡ୍ରଗ୍ସ କାରବାର ମାମଲାରେ ଆଜି ଏନସିବି ରାକୁଲପ୍ରୀତ ସିଂଙ୍କୁ ପଚରାଉଚରା କରିବ। ଏଥି ସହ ଏନସିବି ପଚରାଉଚରା ପାଇଁ ଦୀପିକା ପାଦୁକୋନ ଏବଂ କାଉନ ପ୍ରତିଭା ଏଜେନ୍ସିର ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଡାକିଛନ୍ତି। ସୂଚାନଯୋଗ୍ୟ ଯେ, ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଥିଲା।