ଆଇପିଏଲ ୨୦୨୦ : ଚେନ୍ନଇକୁ ୧୭୬ ରନର ଟାର୍ଗେଟ ଦେଲା ଦିଲ୍ଲୀ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ସପ୍ତମ ମୁକାବିଲା ଶୁକ୍ରବାର ଦୁବାଇର ଡିଏସସି ଷ୍ଟାଡ଼ିୟମରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗସ୍‌ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍‌ସ ପ୍ରଥମେ ବ୍ୟାଟିଂ କରି ୧୭୫ ରନ କରିଛି। ଫଳରେ ବିଜୟ ପାଇଁ ଚେନ୍ନଇ ସୁପରକିଙ୍ଗସକୁ ୧୭୬ରନ କରିବାକୁ ପଡ଼ିବ।