କୋଚି: କଥାରେ ଅଛି, ‘ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି।’ ସେତେବେଳ ଅସମ୍ଭବ ଜିନିଷ ସମ୍ଭବ ହୋଇଯାଇଥାଏ। ଏମିତି ଏକ ଘଟଣା କୋଚିରେ ଦେଖିବାକୁ ମିଳିଛି।
ଏଠାରେ ୨୪ ବର୍ଷୀୟ ଆନନ୍ଦୁ ବିଜୟନ ନିକଟରେ ୧୨ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଆନନ୍ଦୁ ବିଜୟନ କୋଚିରେ ଏକ ମନ୍ଦିରରେ କ୍ଲର୍କ ଚାକିରି କରନ୍ତି। ତାଙ୍କ କହିବାନୁସାରେ, ଓନମ୍ ବମ୍ପର ଲଟେରିର ୩୦୦ ଟଙ୍କାର ଟିକେଟ୍ କାଟିଥିଲେ। ଆଊ ତାଙ୍କର ଏହି ଲଟେରି ବି ଉଠି ଯାଇଥିଲା। ଟ୍ୟାକ୍ସ କଟିବା ପରେ ତାଙ୍କୁ ୭.୫ କୋଟି ଟଙ୍କା ମିଳିଛି।
କହିବାକୁ ଗଲେ ଆନନ୍ଦୁଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ । ତାଙ୍କ ବାପା ପେଣ୍ଟର କାମ କରନ୍ତି ଏବଂ ଭଉଣୀ ଏକ ଫାର୍ମରେ ଆକାଉଣ୍ଟାଟ୍ ଥିଲେ। ମାତ୍ର ଲକ୍ଡାଉନ୍ କାରଣରୁ ଭଉଣୀର ଚାକିରି ଚାଲି ଯାଇଥିଲା। ରବିବାର କେରଳ ସରକାର ଓଣମ ବମ୍ପର ଲଟେରି ୨୦୨୦ର ଫଳାଫଳ ଘୋଷଣା କରିଥିଲେ। ଲଟେରି ଜିତିବା ଖବର ଶୁଣି ଅନନ୍ତୁଙ୍କ ପରିବାର ଖୁସିରେ ଭୋଭୋ ହୋଇ କାନ୍ଦି ଉଠିଥିଲେ। ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି। ଲଟେରିରେ ଜିତିଥିବା ଟଙ୍କା ଅନନ୍ତୁ କ’ଣ କରିବେ ସେ ଚିନ୍ତା କରି ନଥିବା କହିଛନ୍ତି।