ପାଟକୁରା,୨୬ /୯, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗରଦପୁର ବ୍ଲକରେ କାର୍ଯ୍ୟରତ ବିଡ଼ିଓ ରଂଜିତ ମଲ୍ଲିକ କିଛିମାସ ହେବ ଆଳିରୁ ଡେପୁଟେସନରେ ଗରଦପୁର ବ୍ଲକ ଆସିଛନ୍ତି । ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ତଥା ପାଟକୁରା ବିଧାୟିକା ସମ୍ପୃକ୍ତ ଓଏସ ଅଫିସରଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି ନବନିଯୁକ୍ତ ଅଫିସର କାଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ପାଟକୁରାର ବିକାଶର ଅଗ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଖୋଦ ପଂଚାୟତିରାଜ ବିଭାଗୀୟ ମନ୍ତ୍ରୀଙ୍କୁ ୧୭ ତାରିଖ ଦିନ ବିଧାୟିକା ଲିଖିତ ଅଭିଯୋଗ କରିଥିଲେ । ଯାହାନେଇ ମନ୍ତ୍ରୀ ମହୋଦୟ ଅଭିଯୋଗ ପତ୍ରକୁ ବିଭାଗୀୟ ସଚିବଙ୍କ ନିକଟକୁ ୧୯ ତାରିଖ ଦିନ ତଦନ୍ତ ପାଇଁ ପଠାଇ ଥିଲେ । ସଚିବ ମହୋଦୟ ବିଧାୟିକାଙ୍କ ଅଭିଯୋଗ ମୁତାବକ ୨୩ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ପାଳଙ୍କୁ ବିଡ଼ିଓଙ୍କ ଦକ୍ଷତା ସଂବଧେ ସବିଶେଷ ତଦନ୍ତ କରି ରିପୋର୍ଟ ଦେବlକୁ ପତ୍ରାଙ୍କ ଜାରିକରିଛନ୍ତି ।
ଆହୁରି ମଧ୍ୟ କାର୍ଯ୍ୟରତ ବିଡ଼ିଓଙ୍କ ସ୍ଥାନରେ ନୟାଗଡ ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଅlକୁଳୀ ମଲ୍ଲିକଙ୍କୁ ଅବସ୍ଥାପିତ କରିବାକୁ ଇଚ୍ଛାପ୍ରକାଶ କରୁଥିବାର ଜଣାପଡିଛି । ସମ୍ପୃକ୍ତ ଓଏସ ଅଫିସର ରାଜ୍ୟ ସରକାରଙ୍କ ସ୍ଥିରୀକୃତ ଵିଧି ଅନୁଯାଇ କ୍ୱାଲିଫାଏ କରି ନିଯୁକ୍ତି ପାଇ କେନ୍ଦ୍ରାପଡା ଜିଲ୍ଲାରେ କିଛିଦିନ କାର୍ଯ୍ୟ କରିବା ପରେ ବି ବିଧାୟିକାଙ୍କ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିବାରେ ଅନୁପଯୁକ୍ତ ହୋଇପଡିଛନ୍ତି । ଆଉ ସେହି ଵିଧି ଅନୁସାରେ ନିଯୁକ୍ତ ପାଇଁ ବାହାର ଜିଲାରେ କାର୍ଯ୍ୟରତ ଅଫିସରଙ୍କୁ କିପରି ବିଧୟିକା ଦକ୍ଷତା ସମ୍ପନ୍ନ ଭାବି ଉପକୂଳ ଜିଲ୍ଲାରେ ସଠିକ ଭାବେ କାର୍ଯ୍ୟ ନିର୍ବାହ କରିବାର ଆଶା ରଖୁଛନ୍ତୁ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।