ରାଜ୍ୟରୁ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୪୭୬୧ ଜଣ କରୋନା ଆକ୍ରାନ୍ତ, ୧ ଲକ୍ଷ ୭୦ ହଜାର ୧୯୩ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର, ୨୬/୯ : ରାଜ୍ୟରୁ ଆଜି ୪୭୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।