ଦେଶରେ ଆଜି ୮୮ହଜାର ୬୦୦ କରୋନା ପଜିଟିଭ୍‌ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ହଜାର ୭୦୨, ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨

ନୂଆଦିଲ୍ଲୀ,୨୮/୯ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ହଜାର ୭୦୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୦୩୯ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୫ ହଜାର ୫୪୨ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୨ ହଜାର ୬୪୦ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୦ ଲକ୍ଷ ୧୬ ହଜାର ୫୨୦ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।