ଭୁବନେଶ୍ବର,୩୦ /୯: ରାଜ୍ୟରେ କରୋନାରେ ପୁଣି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଆଜି ଯେଉଁ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟଛି ସେମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ବରରୁ ଜଣେ, ଭଦ୍ରକରୁ ଜଣେ, ଭୁବନେଶ୍ବରରୁ ୨ ଜଣ, କଟକରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼ରୁ ୩ ଜଣ ଓ ପୁରୀରୁ ୨ ଜଣ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।