ଦୁବାଇ,୩୦ /୯ : ଆଇପିଏଲ ଦ୍ବାଦଶତମ ମ୍ୟାଚ ଆଜି ଦୁବାଇରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ତୃତୀୟ ମ୍ୟାଚ ଖେଳିବେ। ପ୍ରଥମ ଦୁଇ ମ୍ୟାଚରେ ଚମତ୍କାର ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟ ରଖିଥିବାବେଳେ କୋଲକାତାର ନାଇଟ୍ ରାଇଡର୍ସ ବିଜୟ ଧାରାକୁ ବଜାୟ ଲକ୍ଷ୍ୟ ନେଇ ଖେଳିବ।
ଷ୍ଟିଭ୍ ସ୍ମିଥ୍ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଛି। ପ୍ରଥମ ମ୍ୟାଚରେ ୧୬ରନରେ ଚେନ୍ନଇ ସୁପରକିଙ୍ଗସକୁ ଓ ଦ୍ବିତୀୟ ମ୍ୟାଚରେ ୪ ୱିକେଟରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଉଭୟ ମ୍ୟାଚରେ ରାଜସ୍ଥାନ ୨୦୦ରୁ ଅଧିକ ରନ୍ କରିବାରେ ସକ୍ଷମ ହୋଇଛି। ପଞ୍ଜାବ ବିପକ୍ଷରେ ରେକର୍ଡ ରନ୍କୁ ପିଛାକରି ମଧ୍ୟ ଦଳ ବିଜୟ ହାସଲ କରିଛି। ଉଭୟ ଦଳର ବର୍ତ୍ତମାନ ପ୍ରଦର୍ଶନକୁ ଦେଖିଲେ କେକେଆର ବିପକ୍ଷରେ ରାଜସ୍ଥାନ ଫେଭରିଟ୍ ବିବେଚନା କରାଯାଉଛି। କ୍ରିକେଟପ୍ରେମୀ ରାଜସ୍ଥାନଠାରୁ ଆଉ ଏକ ବଡ ସ୍କୋରିଂ ମ୍ୟାଚ ଦେଖିବାକୁ ନଜର ରଖିଥିବାବେଳେ କେକେଆର ସ୍ମିଥ୍, ସାମସନଙ୍କୁ ରୋକିବା ନେଇ ଉଦ୍ୟମ କରିବ।