ଆବୁଧାବି : ଆଇପିଏଲର ୧୩ ତମ ସିଜନର ଦ୍ୱାଦଶ ମ୍ୟାଚ୍ ଦୁବାଇରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଉଛି । ଟସ୍ ହାରିବା ପରେ କେକେଆର୍ ବ୍ୟାଟିଂ କରିବାକୁ ବାହାରି ରାଜସ୍ଥାନକୁ ୧୭୫ ରନର ବିଜୟ ଲକ୍ଷ ଦେଇଛି । ଶୁଭମାନ ଗିଲ ସର୍ବାଧିକ ୪୭ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଇଏନ୍ ମୋର୍ଗାନ୍ କେବଳ ୩୪ ଏବଂ ଆଣ୍ଡ୍ରେ ରସେଲ ୨୪ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ରାଜସ୍ଥାନର ଜୋଫ୍ରା ଆର୍ଚର ୨ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅଙ୍କିତ ରାଜପୁତ, ଟମ କରଣ, ରାହୁଲ ଟିଟିଆ ଏବଂ ଜୟଦେବ ଉନାଦକତ ୧-୧ ୱିକେଟ୍ ନେଇଥିଲେ ।