ନୂଆଦିଲ୍ଲୀ, ୩୦/୯ : ଗତ କିଛିଦିନ ଧରି ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ଖାତାଧାରକଙ୍କୁ ଡେବିଟ୍ କାର୍ଡ ବାବଦରେ ମେସେଜ ଆସୁଛି । ସେପ୍ଟେମ୍ବର ୩୦ ପରେ ଡେବିଟ୍ କାର୍ଡରେ ଅନଲାଇନ୍ ଟ୍ରାଞ୍ଜାକ୍ସନ ବନ୍ଦ ହୋଇଯିବ ବୋଲି ମେସେଜରେ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା କଣ କହୁଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ । ଯାହା ଅକ୍ଟୋବର ୧ରୁ ସାରା ଦେଶରେ ଲାଗୁ ହେବ ।
୧. ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ଡେବିଟ୍ କାର୍ଡ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେହି ଡେବିଟ୍ କାର୍ଡ ବନ୍ଦ ହେବ ଯାହାକୁ ୟୁଜର କେବେ ହେଲେ ଅନଲାଇନ୍ ପେମେଣ୍ଟ ବା ଡିଜିଟାଲ ପେମେଣ୍ଟରେ ବ୍ୟବହାର କରି ନାହାଁନ୍ତି ।
୨. କାର୍ଡ କ୍ଲୋନିଂ ଠକେଇକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
୩. ନୂଆ ନିୟମରେ କାର୍ଡଧାରକ ନିଜର ଦୈନିକ ଏଟିଏମରୁ ଉଠାଣ ଓ ଦୈନିକ ଖର୍ଚ୍ଚ ବାବଦରେ ନିଜେ ଚୟନ କରିବେ ।
୪. ଏହାସହ କାର୍ଡଧାରକଙ୍କ ପାଖରେ କାର୍ଡ ସମ୍ବନ୍ଧୀୟ ବିଭିନ୍ନ ସେବାକୁ ବନ୍ଦ କରିବା ପାଇଁ ବିକଳ୍ପ ରହିବ ।
୫. ସମସ୍ତ ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀ ଏହି ନୂଆ ନିୟମ ଅଧିନରେ ଆସିବେ ।