ଭୁବନେଶ୍ୱର,୩୦/୯- (ପ୍ରଦୀପ୍ତ କୁମାର ଦାସ) : ଖୋର୍ଦ୍ଧା ଉପ ଜିଲ୍ଲାପାଳ ଅଫିସରେ କାର୍ଯ୍ୟକରୁଥିବା ହେଡ଼କ୍ଲର୍କ ତଥା ବଡ଼ବାବୁ ତପନ କୁମାର ନାଏକ ବୁଧବାର ଭିଜିଲାନ୍ସ ଜାଲରେ ଛନ୍ଦିହୋଇଛନ୍ତି । ଜମି ବିକ୍ରି ପାଇଁ ଅନୁମତି ଦେବାକୁ ସେ ରାଜା ନାଏକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ କୋଡିଏ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଅଭିଯୋଗକାରୀ ରାଜା ନାଏକ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ପୂର୍ବରୁ ଏନେଇ ଅଭିଯୋଗ କରିଥିଲେ । ତେବେ ପୂର୍ବରୁ ହୋଇଥିବା କଥା ଅନୁଯାୟୀ ସେ ତପନଙ୍କୁ କୋଡିଏ ହଜାର ଟଙ୍କା ଦେଲାବେଳେ ସେଠାରେ ଛକି ରହିଥିବ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସଙ୍ଗେ ସଙ୍ଗେ ତାଙ୍କଠାରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ତେବେ ଏସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ତପନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରିରହିଛି ।