ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୪୬ ହଜାର ୪୦୯, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୧୮ ହଜାର

ନୂଆଦିଲ୍ଲୀ, ୧/୧୦: କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୪୧ ଲକ୍ଷ ୪୬ ହଜାର ୪୦୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୧୮ ହଜାର ୧୭୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୫୪ ଲକ୍ଷ ୯ ହଜାର ୯୮୨ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୭୭ ଲକ୍ଷ ୧୮ ହଜାର ୨୫୧ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୬ ହଜାର ୩୬ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୪୭ ହଜାର ୧୨୪ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୧୧ ହଜାର ୭୨୧ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୪୬ ଲକ୍ଷ ୮୯ ହଜାର ୨୧୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୫ ଲକ୍ଷ ୪୬ ହଜାର ୧୮୭ । ଏଥିରୁ ୧୪ ହଜାର ୨୦୯ ଜଣ ଗୁରୁତର ଅଛନ୍ତି ।