ଭୁବନେଶ୍ୱର, ୪/୧୦ : ଓଡ଼ିଶା-ଆନ୍ଧ୍ର ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ସକ୍ରିୟ ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସେଥିପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହି ୪ଟି ଜିଲ୍ଲା ହେଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳ । ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବ୍ୟତିତ ଆଉ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୨ଟି ଜିଲ୍ଲା ହେଉଛି- ଖୋର୍ଦ୍ଧା, କଟକ, ଗଜପତି, ରାୟଗଡା, ନୟାଗଡ, ବୌଦ୍ଧ, ପୁରୀ, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ସୋନପୁର । ଜନସାଧାରଣ ବର୍ଷା ଓ ବଜ୍ରପାତ ସମୟରେ ସମ୍ପୂର୍ଣ୍ଣ ଭାବେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଆସନ୍ତା ୪୮ଘଣ୍ଟା ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।