ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ମହାରଥୀଙ୍କ ଶେଷକୃତ୍ୟ

ଭୁବନେଶ୍ବର,୪/୧୦: ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରାଯିବ ବୋଲି ଜଣାଯାଇଛି । ଅପରାହ୍ନରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ପ୍ରଦୀପ ମହାରଥୀଙ୍କ ମରଶରୀରକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯିବ। ତା‘ପରେ ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ନିଆଯିବ। ସେଠାରୁ ଫେରିବା ପରେ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ସ୍ବର୍ଗତଃ ମହାରଥୀଙ୍କୁ ପିପିଲିସ୍ଥିତ ତାଙ୍କର ଫାର୍ମହାଉସକୁ ନିଆଯିବ। ଏହାପରେ ପୁରୀ ଅଭିମୁଖେ ନିଆଯାଇ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାସଭବନରେ ଏବେ ରାଜ୍ୟର ବିଭିନ୍ନ ଦଳର ରାଜନୈତିକ ନେତାମାନଙ୍କର ଭିଡ଼ ଲାଗିଛି। ରାଜ୍ୟର ରାଜନୈତିକ ମହଲରେ ମହାରଥୀଙ୍କ ବିୟୋଗ ଶୋକର ଛାୟା ଖେଳାଇ ଦେଇଛି। ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶେଷଦର୍ଶନ କରୁଛନ୍ତି।