ଦେଶରେ ଆଜି ୭୫,୮୨୯ ଜଣ କରୋନା ପଜିଟିଭ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪, ମୃତ୍ୟୁ ସଂଖ୍ୟା ୧,୦୧,୭୮୨କୁ ବୃଦ୍ଧି

ନୂଆଦିଲ୍ଲୀ, ୪/୧୦ : ଦେଶରେ ଆଜି ୭୫,୮୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ଲକ୍ଷ ୪୯ ହଜାର ୩୭୪କୁ ବୃଦ୍ଧି ପାଇଛି। । ୨୪ ଘଣ୍ଟାରେ ୯୪୦ ଆକ୍ରାନ୍ତ ମୃତ୍ୟୁ ହେବା ପରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧ ହଜାର ୭୮୨କୁ ବୃଦ୍ଧି ପାଇଛି। ଏହାସହ ୯,୩୭,୬୨୫ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୫୫,୦୯,୯୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।