ରାଜ୍ୟରେ ଆଜି ୩,୩୨୬ ନୂଆ ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୨୩, ମୃତ୍ୟୁ ସଂଖ୍ୟା ୯୦୭

ଭୁବନେଶ୍ଵର, ୪ /୧୦ : ରାଜ୍ୟରୁ ଆଜି ୩,୩୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୨,୭୧୩ରେ ପହଞ୍ଚିଛି । ରାଜ୍ୟରେ ଆଜି ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି, ମୋଟ ମୃତ୍ୟୁ ସଂଖ୍ୟା ୯୦୭ରେ ପହଞ୍ଚିଛି । ଆଜି ଚିହ୍ନଟ ୩,୦୫୩ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୯୪୫ ଓ ୧୩୮୨ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୩୮ ଓ କଟକରୁ ୨୬୮। ଅନୁଗୁଳରୁ ୧୧୯, ବାଲେଶ୍ୱର ୧୨୨, ବରଗଡ଼ ୯୪, ଭଦ୍ରକ ୩୬, ବଲାଙ୍ଗୀର ୧୦୩, ବୌଦ୍ଧ ୫୪, ଦେଓଗଡ଼ ୨୧, ଢେଙ୍କାନାଳ ୮୫, ଗଜପତି ୨୨, ଗଞ୍ଜାମ ୫୭, ଜଗତସିଂହପୁର ୮୦, ଯାଜପୁର ୧୪୮, ଝାରସୁଗୁଡ଼ା ୧୦୭, କଳାହାଣ୍ଡି ୭୭, କନ୍ଧମାଳ ୬୦, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୧୦୧, କୋରାପୁଟ ୪୫, ମାଲକାନଗିରି ୧୯, ମୟୁରଭଞ୍ଜ ୧୩୧, ନବରଙ୍ଗପୁର ୬୧, ନୟାଗଡ଼ ୬୧, ନୂଆପଡ଼ା ୧୪୭, ପୁରୀ ୧୪୦, ରାୟଗଡ଼ା ୫୩, ସମ୍ବଲପୁର ୧୦୭, ସୋନପୁର ୨୫, ସୁନ୍ଦରଗଡ଼ ୯୩, ଷ୍ଟେଟ ପୁଲ ୧୪୯ ଚିହ୍ନଟ ହୋଇଛନ୍ତି।