ମହାକାଳପଡ଼ା,୪ /୧୦ : (କେଶବ ଚରଣ ନାଥ ) – ମହାକାଳପଡ଼ା (ବନ୍ୟଜୀବ )ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ଥ ବତୀଘର ବନପାଳ କାର୍ଯ୍ୟାଳୟ ଅନ୍ତର୍ଗତ କଂସାର ଡିଆ ସଂରକ୍ଷିତ ଜଙ୍ଗଲରୁ କୋଚିଳା ବେଲାରୀର ଆଶିଷ ପ୍ରଧାନ ବୟସ ୩୬ ଓ ବରକୋଳିଖୋଳାର ହିମାଂଶୁ ମାଈତି ବୟସ ୪୬ଙ୍କୁ ବନବିଭାଗ ଶନିବାରଦିନ ବେଆଇନ ବନ୍ୟ ଜୀବ ଶିକାର ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ସହଯୋଗୀ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରି ବରକୋଳି ଖୋଳା ଗାଁରେ ଦୁଇ ଜଣଙ୍କ ମଧ୍ୟରେ ମାଂସ ଆବଣ୍ଟନର ଖବର ପାଇଁ ବନପାଳ ସଞ୍ଜୟ ପ୍ରଧାନ ସଦଳବଳେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ୨.୫ କେଜି ମାଂସ ଜବତ କରିବା ସହିତ ଦୁଇ ଶିକାରୀଙ୍କୁ ଗିରଫ କରିଥିଲେ । ଦୀର୍ଘ ଦିନ ଧରି ବିଭାଗୀୟ ଅବହେଳାରୁ ହାତ ଗଣତି ଭାବେ କେତେ ଜଣ କର୍ମଚାରିଙ୍କୁ ନେଇ ଚାଲିଥିବା ବତୀଘର ବନପାଳ କାର୍ଯ୍ୟାଳୟ ଅଧିନସ୍ଥ ଵିସ୍ତୀର୍ଣ୍ଣ ଜଙ୍ଗଲ ଅଂଚଳ ଉପରେ ନିଘା ରଖିବା ବିଭାଗୀୟ ଅଧିକାରୀଙ୍କ ପାଇଁ ସମ୍ଭବ ହେଉନି । କର୍ମଚାରୀ ଅଭାବୀର ସୁଯୋଗ ନେଇ ଦିନକୁ ଦିନ ଚତୁର ଶିକାରୀମାନେ ବନକର୍ମଚାରୀଙ୍କ ଆଢୁଆଳରେ ଅଭିନଵ କୌଶଳରେ ବନ୍ୟ ଜୀବ ଶିକାର କରୁଛନ୍ତି । ଏପରିକି ଅଭିଜ୍ଞ ଶିକାରୀମାନେ କେତେବେଳେ ଫାଶ ତ କେତେବେଳେ ଥୋପ ପକାଇ ଵିଭଂଗୀୟ କର୍ମଚାରିଙ୍କୁ ଉଣ୍ଡି ଶିକାର କରୁଛନ୍ତି । ବନ ବିଭାଗ ତୁରନ୍ତ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ଯୋଗାଇ ନଦେଲେ ସଂରକ୍ଷିତ ଜଙ୍ଗଲରୁ ଅମୁଲ୍ୟ ଜୀବ ଗୁଡିକ ଲୋପ ପାଇଯିବେ ବୋଲି ପରିବେଶ ପ୍ରେମୀ ମାନେ କହନ୍ତି ।