ୱାଶିଂଟନ, ୪/୧୦ : ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି। ଇତିମଧ୍ୟରେ ସେ ହସପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ସେହି ଭିଡିଓରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ । ଟ୍ରମ୍ପଙ୍କ ଆଶା ଯେ, ନିର୍ବାଚନରେ ପ୍ରାଥମିକ ନିର୍ବାଚନ ପ୍ରଚାର ଶେଷ କରିବାକୁ ସେ ଶୀଘ୍ର ଫେରିବେ ।
ଟ୍ରମ୍ପ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ସ୍ୱାସ୍ଥ୍ୟ ସଂପର୍କିତ ସ୍ଥିତି ସଂପର୍କରେ ଜନସାଧାରଣଙ୍କୁ ଅବଗତି କରାଇଛନ୍ତି । ଏଥିରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । କିଛି ଦିନର ପରବର୍ତ୍ତୀ ଅବଧିରେ ମୁଁ ପ୍ରକୃତ ପରୀକ୍ଷା ଅନୁଭବ କରିଛି । ଆଗାମୀ ଦିନରେ ସ୍ୱାସ୍ଥ୍ୟାବସ୍ଥା କ’ଣ ଘଟିବ ଦେଖିବାର ଅଛି ।
ହ୍ୱାଇଟ୍ ହାଉସର ଚିଫ ଅଫ ଷ୍ଟାଫ ମାର୍କ ମିଡୋଜ ଶନିବାର କହିଛନ୍ତି ଯେ, କରୋନା ଭାଇରସରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚିନ୍ତାଜନକ ଅବସ୍ଥାରେ ସମୟ କାଟିଥିଲେ । ଆଗାମୀ ୪୮ ଘଣ୍ଟା ତାଙ୍କର ସ୍ୱାସ୍ଥ୍ୟ ଲାଗି ଗୁରୁତ୍ୱପୂର୍ଣ୍ଣ ହେବ । ଟ୍ରମ୍ପଙ୍କ ଏକ ସେନା ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେନା ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଟ୍ରମ୍ପଙ୍କୁ ଅକ୍ସଜେନ ଦିଆଯାଇଥିଲା । କିନ୍ତୁ ହ୍ୱାଇଟ ହାଉସର କର୍ମଚାରୀମାନେ କହିଥିଲେ, ଟ୍ରମ୍ପଙ୍କର ସାଧାରଣ ଲକ୍ଷ୍ୟ ଦେଖାଯାଇଥିଲା ।