ପାଟନା,୪/୧୦: ବିହାର ବିଧାନସଭା ନିର୍ବାଚନକୁ ନେଇ ଟଣାଓଟରା ମଧ୍ୟରେ ଏଲଜେପି ସଭାପତି ଚିରାଗ ପାସଓ୍ଵାନଙ୍କ ଅଧ୍ୟକ୍ଷତାରେ ଆଜି ସଂସଦୀୟ ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଏଲଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ଵରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । ଏଲଜେପିର ବିଜେପି ସହ ମେଣ୍ଟ ଜାରି ରହିବ। ଏଲଜେପି ସମସ୍ତ ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ମଜବୁତ କରିବେ ବୋଲି ଚିରାଗ ପାସଓ୍ଵାନ କହିଛନ୍ତି।