ରାଜଧାନୀରେ ଦୁଇଟି ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାଶ : ଶିକ୍ଷିତ ଲୁଟେରା ଗିରଫ

ଭୁବନେଶ୍ୱର,୫ /୧୦ – (ପ୍ରଦୀପ୍ତ କୁମାର ଦାସ) : କିଛିଦିନ ପୂର୍ବରୁ ରାଜଧାନୀରେ ଘଟିଥିବା ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦାଫାଶ କରିଛି କମିସନରେଟ ପୋଲିସ । ଏହି ଦୁଇଟି ଲୁଟ ଘଟଣାରେ ସଂପୂକ୍ତ ଅଭିଯୁକ୍ତକୁ କମିସନରେଟ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲା ବରିମୁଣ୍ଡ ଅଂଚଳର ସୌମ୍ୟରଂଜନ ଜେନା (୨୫) । ପୁଲିସ ତା’ ନିକଟରୁ ଏକ ଖେଳଣା ବନ୍ଧୁକ ସହିତ ଲୁଟ ଟଙ୍କାକୁ ମଧ୍ୟ୍ୟ ଜବତକରିବାରେ ସକ୍ଷମ ହୋଇଛି । ତେବେ ଗିରଫ ଅଭିଯୁକ୍ତ ଜଣକ ପୂର୍ବରୁ ବ୍ୟାଙ୍କରୁ ଆଣିଥିବା ଋଣ ମୁକ୍ତ ହେବାକୁ ଏଭଳି ଲୁଟ କରିଥିଲା ବୋଲି ପୋଲିସ ଆଗରେ ସ୍ୱୀକାର କରିଛି । କରୋନା କଟକଣା ଯୋଗୁଁ ବ୍ୟାଙ୍କରୁ ଆଣିଥିବା ଲୋନ ସୁଝିବାକୁ ସେ ଋଣ ଭାରଚିନ୍ତାରେ ବେଶ ଚିନ୍ତିତ ହୋଇପଡିଥିଲା । ହେଲେ କରୋନା ପରିସ୍ଥିତି ତାକୁ ବ୍ୟାଙ୍କ ଡକାୟତି କରିବା ପାଇଁ ବାଧ୍ୟ କରିଥିଲା ବୋଲି ତଦନ୍ତରୁ ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସୌମ୍ୟରଂଜନ ଜଣେ ଶିକ୍ଷିତ ଯୁବକ । ତା ନାମରେ ପୂର୍ବରୁ କୌଣସି ଅପରାଧୀକ ରେକର୍ଡ ନାହିଁ। ତାର ଏକ ବ୍ୟବସାୟୀକ ସଂସ୍ଥା ରହିଛି। ଉକ୍ତ ସଂସ୍ଥା ପାଇଁ ସେ ପୂର୍ବରୁ ନନ୍ଦନବିହାରଠାରେ ଥିବା ଆଇଓବି ଓ ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରୁ ୠଣ ନେଇଥିଲା। ଦୁଇଟି ବ୍ୟାଙ୍କରୁ ସେ ୧୯ଲକ୍ଷ ଟଙ୍କା ଋଣ କରିଥିଲା ଓ ସେଥିରୁ କେତେକାଂଶରେ ସୁଝିଥିବା ବେଳେ ଆଉପ୍ରାୟ ୬ଲକ୍ଷ ଟଙ୍କା ସୁଝିବାକୁ ବାକି ଥିବା ବେଳେ କରୋନା ପାଇଁ ଲକଡାଉନ କଟକଣା ଯୋଗୁଁ ତାର ବ୍ୟବସାୟ ଘୋର ବାଧାପ୍ରାପ୍ତ ହୋଇଥିଲା। ଦୀର୍ଘଦିନ ହେଲା ବ୍ୟବସାୟ ବନ୍ଦ ରହିବାଯୋଗୁଁ ସେ ଆଉ ଋଣ ପରିଶୋଧ କରି ନପାରି ଦୁଷଚିନ୍ତାରେ ପଡିଯାଇଥିଲା। ଫଳରେ ଋଣସୁଝିବା ପାଇଁ ସେ ବ୍ୟାଙ୍କ ଲୁଟ କରିବାକୁ ଯୋଜନା କରିଥିଲା।

ପରେ ଏଥିପାଇଁ ସେ ୟୁଟ୍ୟୁବରୁ ବ୍ୟାଙ୍କ ଲୁଟର ଟେକନିକ ଶିଖିଥିଲା। ସେହି ଅନୁଯାୟୀ ବ୍ୟାଙ୍କରୁ ଲୁଟ ଉଦ୍ଦେଶ୍ୟରେ ଏକ ଖେଳଣା ବନ୍ଧୁକ କିଣିଥିଲା ସେ ପ୍ରଥମେ ତାର ଆକାଉଣ୍ଟ ଥିବା ନନ୍ଦନବିହାରସ୍ଥିତ ଆଇଓବି ଶାଖାରେ ଅପରେସନ କରିଥିଲା। ସେଥିରେ ସେ ବେଶ ସଫଳ ହୋଇଥିଲା। ପ୍ରଥମ ଅପରେସନରେ ଅତି ସହଜରେ ବ୍ୟାଙ୍କ ଲୁଟ ହୋଇପାରୁଥିବାରୁ ଏଥିରେ ଉତ୍ସାହିତ ହୋଇ ସେ ଦ୍ୱିତୀୟ ଥର ଏପରି କରିବାକୁ ମନସ୍ଥ କରିଥିଲା। ପରେ ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆରୁ ସେ ଲୁଟ କରି କୃତକାର୍ଯ୍ୟ ମଧ୍ୟ ହୋଇଥିଲା । ତେବେ ନିକଟରେ ଲାଗଲାଗ ଦୁଇଟି ବ୍ୟାଙ୍କରୁ ଲୁଟ ହେବାପରେ କମିସନରେଟ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଦୁଇଟି ଘଟଣାରେ ଜଣେ ବ୍ୟକ୍ତିର ସମ୍ପୃକ୍ତି ସହ ସାମଞ୍ଜସ୍ୟ ଥିବାରୁ ଏଥିରେ ଲିପ୍ତ ଅସାମୀକୁ ଧରିବାକୁ ସ୍ପେଶାଲ ସ୍କୁୱାର୍ଡ଼ ତଦନ୍ତ ଚଳାଇଥିଲା। ଉକ୍ତ ବ୍ୟାଙ୍କରେ ଅଭିଯୁକ୍ତର ଆକାଉଣ୍ଟ ଖାତା ଥିଲା,ସ୍ପେଶାଲ ସ୍କ୍ୱାଡ ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ଅବସ୍ଥାକୁ ଅନୁଧ୍ୟାନ କରି ଜଣେ ହିଁ ଦୁଇଟି ବ୍ୟାଙ୍କରୁ ଲୁଟ କରିଥିବା ଜାଣିପାରିଥିଲା। ପରେ ଲୁଟରେ ବ୍ୟବହାର କରି ଥିବା ସ୍କୁଟର ଓ ବ୍ୟାଙ୍କଋଣ ପରିଶୋଧ ତଥ୍ୟକୁ ଅନୁସରଣ କରି ପୁଲିସ ଅଭିଯୁକ୍ତ ପାଖରେ ପହଁଚିଥିଲା। ଏପରିକି ଲୁଟକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ୱଭାବିକ ଭାବେ ତା ଘରେ ରହୁଥିଲା। ପୂର୍ବରୁ ତା’ର କୌଣସି ଅପରାଧୀକ ରେକର୍ଡ ନଥିବାରୁ କେହି ତାକୁ ସନ୍ଦେହ କରୁନଥିଲେ ତବେ ଗତ ୭ ତାରିଖରେ ଇନଫୋସିଟି ଥାନା ନନ୍ଦନବିହାରରେ ଥିବା ଆଇଓବିରୁ ବନ୍ଧୁକ ଦେଖାଇ ଲୁଟକାଣ୍ଡ ଘଟିଥିଲା। ଜଣେ ଦୁବୃର୍ତ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି କ୍ୟାସ କାଉଂଟରରୁ ୨.୭୮ଲକ୍ଷ ଲୁଟ କରି ଚମ୍ପଟ ମାରିଥିଲା ବୋଲି ଖବର ପ୍ରକାଶିତ ହୋଇଥିଲା। ସେହିପରି ସେପ୍ଟେମ୍ବର ୨୮ ତାରିଖରେ ମଚେଂଶ୍ୱର ଥାନା ବରିମୁଣ୍ଡରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଡକାୟତି ହୋଇଥିଲା। ଲୁଟେରା ଜଣକ ବ୍ୟାଙ୍କ୍ ଭିତରେ ପଶି ବନ୍ଧୁକ ଦେଖାଇ ପ୍ରାୟ ୧୦ଲକ୍ଷ ଟଙ୍କା ଲୁଟିନେଇ ଖସିପଳାଇଯାଇଥିଲା ବୋଲି ଜଣାପଡିଥିଲା।