ଜମ୍ମୁ-କାଶ୍ମୀର : ସିଆରପିଏଫ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ସହିଦ, ୩ ଗୁରୁତର

ପୁଲଓ୍ୱାମା, ୫/୧୦ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ସିଆରପିଏଫର ରୋଡ୍ ଓପନିଂ ପାର୍ଟି (ଆରପି) ଉପରେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ପାମ୍ପୋର ଉପକଣ୍ଠରେ ଥିବା ତଙ୍ଗନ ବାଇପାସରେ ସିଆରପିଏଫର ୧୧୦ ତମ ବାଟାଲିୟନ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି। ବାକି ତିନି ଜଣଙ୍କର ଚିକିତ୍ସା ଚାଲିଛି।