ଭୁବନେଶ୍ୱର, ୬/୧୦ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଏକ ଘରୋଇ କଂପାନିର କଲେକ୍ସନ ଏଜେଣ୍ଟ ବାଇକ୍ରେ ଯାଉଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଲୁଟେରା ବନ୍ଧୁକ ଦେଖାଇ ୧ ଲକ୍ଷ ୧୨ ହଜାର ଲୁଟ୍ କରି ଫେରାର ହୋଇଯାଇଛନ୍ତି। ଲୁଟେରାମାନେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ଅଗ୍ରସର ହୋଇଥିବା ଜଣାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।