ଚେନ୍ନାଇ, ୭/୧୦ : ଆୟକର ବିଭାଗ ଆଜି ତାମିଲନାଡୁ କୋଡାନାଡ ଓ ସିରୁଥବୁର ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି.କେ ଶଶିକଳାଙ୍କ ମାଲିକାନାରେ ଥିବା ପ୍ରାୟ ୨୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଫ୍ରିଜ କରିଛି ଆୟକର ବିଭାଗ । ଆୟକର ବିଭାଗ ଦ୍ୱାରା ଜବତ କରାଯାଇଥିବା ସମ୍ପତ୍ତିର ପୁରା ତଥ୍ୟ ବର୍ତ୍ତମାନ ମିଳିନାହିଁ। ଆୟକର ବିଭାଗ ଗତ ମାସରେ ଶଶିକଳାଙ୍କ କୋଟିଏ ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏହା ପୂର୍ବରୁ ଖବର ଆସିଥିଲା ଯେ ଆୟକର ବିଭାଗ ସେପ୍ଟେମ୍ବର ମାସରେ ଶଶିକଳାଙ୍କ ପାଖାପାଖି ୩୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।
ଏକ ଗଣମାଧ୍ୟମ ଏକ ଦୈନିକ ଖବରକାଗଜ ଉଦ୍ଦେଶ୍ୟରେ ଲେଖିଥିଲା ଯେ ସମ୍ପତ୍ତିରେ ଜୟଲଳିତାଙ୍କ ବେଦ ନିଳୟମ ନିବାସ ସାମ୍ନା ଜମି ସାମିଲ ଅଛି। ସମ୍ପତ୍ତି ଅଧିଗ୍ରହଣ ଶ୍ରୀ ହରି ଚନ୍ଦନା ଇଷ୍ଟେଟ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା କରାଯାଇଥିଲା, ଯାହାର ନିର୍ଦେଶକ ଶଶିକଳାଙ୍କ ସମ୍ପର୍କୀୟ। ଯାଞ୍ଚ ପରେ ଅଧିକାରୀ କହିଛନ୍ତି ଯେ କମ୍ପାନୀ ପାଖରେ କୌଣସି ବ୍ୟବସାୟ ନଥିଲା କି କୌଣସି ମନି ଫ୍ଲୋ ମଧ୍ୟ ନଥିଲା।
ଏହା ପୂର୍ବରୁ ନଭେମ୍ବର ମାସରେ ଆୟକର ବିଭାଗ ଶଶିକଳାଙ୍କ ୧୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିବା ଖବର ସାମ୍ନାକୁ ଆସିଥିଲା। ଶଶିକଳା ଓ ତାଙ୍କ ସମ୍ପର୍କୀୟଙ୍କ ଅଧୀନରେ ଥିବା ସମ୍ପତ୍ତି ଉପରେ ଚଢ଼ାଉ କରି ଏଜେନ୍ସିକୁ ଦସ୍ତାବିଜ ମିଳିଥିଲା। ଏହି ସବୁ ସମ୍ପତ୍ତିକୁ ବେନାମୀ ଅଧିନିୟମ ଅନୁଯାୟୀ ଜବତ କରାଯାଇଥିଲା।
ଫ୍ରିଜ କରାଯାଇଥିବା ଏହିସବୁ ସମ୍ପତ୍ତି ଚେନ୍ନାଇ, କୋଏମ୍ବାଟୁର, ପୁଡୁଚେରୀ ଓ ତାମିଲନାଡୁର ଅନ୍ୟ ସ୍ଥାନମାନଙ୍କରେ ଥିଲା। କଥିତ ଭାବେ ଏହିସବୁ ସମ୍ପତ୍ତିର ଉଲ୍ଲେଖ ଶଶିକଳା କିମ୍ବା ତାଙ୍କ ପରିବାର ନିଜ ସମ୍ପତ୍ତି ଘୋଷଣା କରିବା ସମୟରେ କରିନଥିଲେ। ଏହି ସବୁ ସମ୍ପତ୍ତିକୁ ‘ଅପରେସନ କ୍ଲିନ ମନି’ ଅନୁଯାୟୀ ଆୟକର ବିଭାଗ ଦ୍ୱାରା ଜବତ କରାଯାଇଥିଲା।