ଭୁବନେଶ୍ବର,୮/୧୦ : ରାଜ୍ୟରେ ଆଜି ୩୧୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୮, ଗଞ୍ଜାମ ଜିଲ୍ଲାରୁ ୩୮, ବଲାଙ୍ଗୀର ଜିଲ୍ଲାରୁ ୮୬, ବାଲେଶ୍ବର ଜିଲ୍ଲାରୁ ୭୨, କୋରାପୁଟ ଜିଲ୍ଲାରୁ ୩୭, ଭଦ୍ରକରୁ ୧୦୧, ରାୟଗଡ଼ା ଜିଲ୍ଲାରୁ ୨୯, ପୁରୀ ଜିଲ୍ଲାରୁ ୧୨୨, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୫, ଜଗତସିଂହପୁର ଜିଲ୍ଲାରୁ ୭୭, ସମ୍ବଲପୁର ଜିଲ୍ଲାରୁ ୧୩୬, କଳାହାଣ୍ଡି ଜିଲ୍ଲାରୁ ୧୨୪, ଯାଜପୁର ଜିଲ୍ଲାରୁ୧୦୧, କନ୍ଧମାଳ ଜିଲ୍ଲାରୁ ୧୧୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୨, ମାଲକାନଗିରି ଜିଲ୍ଲାରୁ ୨୮, ଗଜପତି ଜିଲ୍ଲାରୁ ୩୮, ମୟୂରଭଞ୍ଜ ଜିଲ୍ଲାରୁ ୧୧୫ , ଝାରସୁଗୁଡ଼ା ଜିଲ୍ଲାରୁ ୮୩, ଢେଙ୍କାନାଳ ଜିଲ୍ଲାରୁ ୭୩, ନବରଙ୍ଗପୁର ଜିଲ୍ଲାରୁ ୧୦୭, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୮୬, ଅନୁଗୁଳ ଜିଲ୍ଲାରୁ ୧୨୮, ବରଗଡ଼ ଜିଲ୍ଲାରୁ ୯୪, ନୂଆପଡ଼ା ଜିଲ୍ଲାରୁ ୧୧୪, ଦେବଗଡ଼ରୁ ୨୪ ଓ ବୌଦ୍ଧ ଜିଲ୍ଲାରୁ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି।