ଶେଷରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ବାଲେଶ୍ୱର ସଦର ପାଇଁ ମମତା କୁଣ୍ଡୁ ଓ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକ
ଭୁବନେଶ୍ୱର,୧୨ /୧୦ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ମମତା କୁଣ୍ଡୁ ଓ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରାଯାଇଛି ।
ପୂର୍ବରୁ ବିଜେପି ଏହି ଦୁଇଟି ଆସନ ପାଇଁ ବାଲେଶ୍ୱର ସଦରରୁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜ କିଶୋରେ ବେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଜି ବିଜେଡ଼ି ପକ୍ଷରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ବାଲେଶ୍ୱର ସଦରରୁ ସ୍ୱରୂପ ନାୟକ ଓ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ।