ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୮୦ ଲକ୍ଷ ୨୯ ହଜାର ୨୧୭, ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୮୫ ହଜାର

ନୂଆଦିଲ୍ଲୀ, ୧୩/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୮୦ ଲକ୍ଷ ୨୯ ହଜାର ୨୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୦ ଲକ୍ଷ ୮୫ ହଜାର ୯୨ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୮୫ ଲକ୍ଷ ୮୭ ହଜାର ୮୯୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୮୩ ଲକ୍ଷ ୫୬ ହଜାର ୨୨୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୬୯ ହଜାର ୧୧୭ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୩୭ ହଜାର ୭୫୭ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୨୦ ହଜାର ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୧ ଲକ୍ଷ ୫୯ ହଜାର ୮୪ ଜଣ ୫୬୪ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୬ ଲକ୍ଷ ୩୩ ହଜାର ୧୮୨ । ଏଥିରୁ ୧୪ ହଜାର ୯୧୪ ଜଣ ଗୁରୁତର ଅଛନ୍ତି ।