ଟ୍ରମ୍ପଙ୍କ କରୋନା ରିପୋର୍ଟ ନେଗେଟିଭ : ଫ୍ଲୋରିଡାରେ ଆରମ୍ଭ କଲେ ନିର୍ବାଚନ ରାଲି

ନୂଆଦିଲ୍ଲୀ, ୧୩/୧୦ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା କରୋନା ଭାଇରସ ରିପୋର୍ଟ ନେଗେଟିଭ ଆସିଛି । ହ୍ୱାଇଟ ହାଉସର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି । କରୋନାରୁ ସୁସ୍ଥ ହୋଇଯିବା ପରେ ଟ୍ରମ୍ପ ପୁଣି ଥରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି । ସେ ଫ୍ଲୋରିଡାରେ ରାଲି କରୁଛନ୍ତି ।

କରୋନାକୁ ମାତ୍ ଦେବା ପରେ ଏହା ତାଙ୍କ ପ୍ରଥମ ରାଲି ଯାହା ପାଇଁ ସେ ସୋମବାର ଫ୍ଲୋରିଡ଼ାକୁ ବିନା ମାସ୍କ ପିନ୍ଧି ବାହାରିଥିଲେ। ସେଠାରେ ତାଙ୍କ ସମର୍ଥକ ତାଙ୍କୁ ଅପେକ୍ଷା କରିଥିଲେ। ରାଲିରେ ମଧ୍ୟ ପ୍ରାୟ ଲୋକେ ମାସ୍କ ପିନ୍ଧି ନଥିଲେ। ସେପଟେ ନିର୍ବାଚନ ସଭାକୁ ନେଇ ଆମେରିକାର ବିଶେଷଜ୍ଞ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି ଯେ ରାଲି ପାଇଁ ଏହା ସବୁଠୁ ଖରାପ ସମୟ।