ଦେଶରେ ଆଜି ୫୩ ହଜାର ୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତ ସଂଖ୍ୟା ୭୧ ଲକ୍ଷ ୭୫ ହଜାର ୮୮୧

ନୂଆଦିଲ୍ଲୀ,୧୩/୧୦ : ଗତ ୨୪ ଘଣ୍ଟାରେ ୫୩ ହଜାର ୩୪୨ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୧ ଲକ୍ଷ ୭୫ ହଜାର ୮୮୧ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୭୦୬ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୯ ହଜାର ୮୫୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୮ ଲକ୍ଷ ୩୮ ହଜାର ୭୨୯ ଜଣ ସକ୍ରିୟ ରୋଗୀ ଥିବାବେଳେ ୬୨ ଲକ୍ଷ ୨୭ ହଜାର ୭୨୯ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।