ଦୁବାଇ,୧୩/୧୦: ଆଇପିଏଲ୍ ୨୦୨୦ରେ ଆଜି ଚେନ୍ନାଇ ସୁପରକିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା । ଉଭୟ ଟିମ୍ ପାଇଁ ଆଜିର ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ୍ରେ ଯଦି ହାଇଦ୍ରାବାଦ ବିଜୟୀ ହୁଏ, ତେବେ ଶ୍ରେଷ୍ଠ ୪ଟିମ୍ଙ୍କ ମଧ୍ୟରେ ପହଞ୍ଚିବ । ସେପଟେ ଯଦି ଚେନ୍ନାଇ ଆଜିର ମ୍ୟାଚ୍ ବିଜୟୀ ହୁଏ, ତେବେ ପ୍ଲେ-ଅପ୍ରେ ନିଜର ସ୍ଥାନ ବଜାୟ ରଖିପାରିବ । ଆଉ ଯଦି ଆଜିର ମ୍ୟାଚ୍ରେ ପରାଜୟ ବରଣ କରେ, ତେବେ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅପ୍ ଦୌଡ଼ରୁ ବାଦ୍ ପଡିଯିବାର ସମ୍ଭାବନା ମଧ୍ୟ ରହିଛି ।