ଚାଲୁଥିବା ବେଳେ କାର୍‌ ଇଂଜିନରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ କାର୍ ଚାଳକ

ରେଙ୍ଗାଲି, ୧୩/୧୦ : ଆଜି ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ସମ୍ବଲପୁର-ରାଉରକେଲା ୧୦ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ରାସ୍ତାର ପଣ୍ଡଲୋଇ ନିକଟସ୍ଥ ଶ୍ୟାମ ମେଟାଲିକ୍ସ ପାଖରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟ ବଶତଃ କାର୍ ଚାଳକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାର ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ଦମକଳବାହିନୀ ସହିତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟୀ, ଜୀବନ ବୀମା ନିଗମର ବିପିନ ବିହାରୀ ସେଠ ନାମକ ଜଣେ ଅଧିକାରୀ ତାଙ୍କ ଓ.ଆର୍-୧୪-ଡବ୍ଲୁ.୪୦୯୮ କାରରେ ଝାରସୁଗୁଡ଼ାରୁ ସମ୍ବଲପୁର ଫେରୁଥିବା ବେଳେ ଶ୍ୟାମ ମେଟାଲିକ୍ସ କାରଖାନା ପାଖରେ କାର୍‌ର ସମ୍ମୁଖ ଭାଗରେ ଇଂଜିନରେ ନିଆଁ ଲାଗି ଯାଇଥିବାର ଦେଖି ଶ୍ରୀ ସେଠ କାରର ଷ୍ଟାର୍ଟ ବନ୍ଦ କରି କାରରୁ ବାହାରକୁ ବାହାରି ଯାଇଥିଲେ।