ରାସ୍ତା କାମ ଚାଲୁଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବାଇକ : ଘଟଣା ସ୍ଥଳରେ ଚାଳକ ମୃତ

ପାଟଣା, ୧୩/୧୦: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତାରେ ଭାରସାମ୍ୟ ହରାଇ ଏହି ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ଗ୍ରାମର ଅଭିଜିତ ମହାନ୍ତ। ଅଭିଜିତ କେନ୍ଦୁଝରରୁ ନିଜ ଘରକୁ ଫେରୁଥିବା ବେଳେ ଝାରବେଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ତେବେ ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଏହି ସମ୍ପ୍ରସାରଣ କାର୍ଯ୍ୟ ମୋଣ୍ଟେକାର୍ଲ ନାମକ ଏକ ସଂସ୍ଥା ଏହି ସମ୍ପ୍ରସାରଣ କାର୍ଯ୍ୟ କରୁଛି। ରାସ୍ତା ନିର୍ମାଣରେ ବ୍ୟାପକ ତ୍ରୁଟି ଓ ରାସ୍ତା କଡରେ ମାଟିଗଦା କରି ରଖିଥିବାରୁ ଏ ପରି ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ରାସ୍ତାରେ ସତର୍କ ସୂଚନା ଲଗାଇବାକୁ ଦାବି ହୋଇଛି।