ହାଥରସରେ ପୁଣି ୪ ବର୍ଷ ଶିଶୁକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ହାଥରସ, ୧୪/୧୦ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶସାରା ଉତ୍ତେଜନା ଜାରି ରହିଥିବା ବେଳେ ପୁଣି ଜଣେ ୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପିଲାଟି ଘର ବାହାରେ ଖେଳୁ ଥିଲା। ସେହି ସମୟରେ ଗାଁର ଏକ ଯୁବକ ଅରବିନ୍ଦ ପିଲାଟିକୁ ଚକୋଲେଟ୍ ଦେବା ଆଳରେ ତାକୁ ନିଜ ସହ ଘରକୁ ନେଇ ତା ସହ ଦୁଷ୍କର୍ମ କରିଛି । କିଛି ସମୟ ପରେ ପିଲାଟି ଯେତେବେଳେ କାନ୍ଦି କାନ୍ଦି ଘରେ ପହଞ୍ଚିଲା ପରିବାର ଲୋକ ସନ୍ଦେହ କଲେ। ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଅବଗତ ହେଲେ ପରିବାରବର୍ଗ। ଏବେ ପିଲାଟି ହସପିଟାଲରେ ଚିକିତ୍ସିତ ହେଉଛି। ଏହା ପରେ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଗଲା।

ପୋଲିସ କହିଛି, ସାନସୀ ଅଂଚଳରେ ୪ ବର୍ଷୀୟ ନାବାଳିକାକୁ ତାର ସଂପର୍କୀୟ ଦୁଷ୍କର୍ମ କରିଛି । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ଘଟଣାର ତଦନ୍ତ କରିଛି ।