ରାସ୍ତା ତଳକୁ ଓଲଟିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ୪ ରୋଗୀ

ବାଲେଶ୍ୱର, ୧୫/୧୦ : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ନଳବାହାରଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଶ୍ଚିମବଙ୍ଗରୁ କଟକ ଯାଉଥିବା ଏହି ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିବା ବେଳେ ସେଥିରେ ଚାରି ଜଣ ରୋଗୀ ଥିଲେ । ତେବେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ସମସ୍ତଙ୍କୁ ଗାଡ଼ି ଭିତରୁ ବାହାର କରାଯାଇଥିବା ବେଳେ ସମସ୍ତେ ସୁସ୍ଥ ରହିଥିବା ଜଣାପଡିଛି । ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।