ମହାକାଳପଡ଼ା,୧୫/୧୦ – (କେଶବ ଚରଣ ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପ୍ରଶାସନ ଗ୍ରାମାଞ୍ଚକ ଗୃହ ନିର୍ମାଣ ସ୍କିମ ଅଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ପକ୍କା ବାସଗୃହ ନିର୍ମାଣ ପରେ ପାଇଖାନା କଥା ଭୁଲି ଯାଇ ବିନା ଦ୍ଵିଧା ରେ ଫାଇନାଲ ବିଲ ଯୋଗାଇ ଦେଉଥିବାର ଜଣାପଡିଛି । ଯାହାଦ୍ୱାରା କେନ୍ଦ୍ରସରକାରଙ୍କ ସ୍ୱଚ୍ଛଭାରତ ମିଶନ କାର୍ଯ୍ୟ କ୍ରମ ଦିନକୁ ଦିନ ଦିଗହରା ହୋଇ ପଡୁଛି । ଜିଲ୍ଲା ସ୍ତରରେ ଶତପ୍ରତିଶତ ଗୃହକାର୍ଯ୍ୟ ପୂର୍ଣ୍ଣାଙ୍ଗ ନେଇ ବାଃ ବାଃ ନେବା ଲକ୍ଷ୍ୟ ହେଉ ବା ଅଧିକାରୀଙ୍କ ହାତଗୁଂଜା ହିତାଧିକାରୀଙ୍କୁ ଫାଇନାଲ ବିଲ ଯୋଗାଇ ଦେବାରେ ସହାୟ ହେଉଛି । ସ୍ଥାନୀୟ ବ୍ଲକପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ କେନ୍ଦ୍ରୀୟ ଯୋଜନାର ପ୍ରକୃତ ଆଭିମୁଖ୍ୟ ଠାରୁ ଦୁରେଇ ଯାଉଛି । ଏପରିକି କେତେକ ପିଏମୱାଇ ହିତାଧିକାରୀଙ୍କ ସମ୍ପର୍କୀୟମାନେ ସ୍ଵଛଭାରତମିଶନ ଯୋଜନାରେ ପାଇଖାନା ବିଲ ପାଇବା ପରେ ପଂଚାୟତ ଅଧିକାରୀମାନେ ଅକ୍ଳେଶରେ ଗୃହ କାର୍ଯ୍ୟର ଫାଇନାଲ ବିଲ ଯୋଗାଇ ଦେଉଛନ୍ତି । କେନ୍ଦ୍ରୀୟ ଯୋଜନାକୁ ଅବହେଳା କରୁଥିବା ରାଜ୍ୟ ସରକାରଙ୍କ ସ୍ଥାନୀୟ କର୍ମଚାରୀଙ୍କ ଏଭଳି କାର୍ଯ୍ୟରେ ସୁଧାର ନ ଆସିଲେ ଆଗାମୀ ଦିନରେ ପ୍ରତିବାଦର ସ୍ୱର ଆନ୍ଦୋଳନର ରୂପରେଖ ନେବ ବୋଲି ଜଣାପଡୁଛି ।