କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୫ /୧୦ : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । ସେ ୭୫ବର୍ଷ ବୟସରେ ପଦାର୍ପଣ କରିବେ । ମାତ୍ର କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶା ବାସୀଙ୍କ ଭଲ ପାଇବା ଓ ଶୁଭେଚ୍ଛା ନିମନ୍ତେ ସେ ସବୁବେଳେ ଋଣୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା, ରକ୍ତ ଦାନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ନିବେଦନ କରିଛନ୍ତି।