ଭୁବନେଶ୍ୱର,୧୫ /୧୦: ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ତାଙ୍କ ଘର ପାଖରୁ ଉଠାଇ ନେଇଛି । ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ପୋଲିସ ନେଇଯାଇଛନ୍ତି।
ଏମିତିକି ଫୋନ୍ଟିଏ କରିବାକୁ ବି ରମେଶଙ୍କୁ ସୁଯୋଗ ଦେଇନଥିଲେ। ଫୋନ୍ କରିବାକୁ ଚାହିଁବାରୁ, ମୋବାଇଲ ଛଡ଼ାଇ ନେଇଥିଲା ପୋଲିସ । ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା।
ସଂଯୋଗବଶତଃ ବରିଷ୍ଠ ଉପସ୍ଥାପିକା ଜଣକ ସେହି ରାସ୍ତାରେ ଆସୁଥିଲେ। ରମେଶଙ୍କୁ ପୋଲିସ ଟିମ୍ ଭିଡ଼ି ଗାଡ଼ିରେ ନେଇଥିବା ଉପସ୍ଥାପିକା କହିଛନ୍ତି। ରମେଶଙ୍କୁ କେଉଁ ପୋଲିସ, କେଉଁ ଅଭିଯୋଗରେ ନେଇଛି ତାହା ଅସ୍ପଷ୍ଟ ରହିଛି। ଏମିତିକି କାରଣ ନେଇ ପରିବାରକୁ ବି ପୋଲିସ କହିନଥିବା ସୂଚନା ମଧ୍ୟ ମିଳିଛି। ସୂଚନା ଅନୁସାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଉଠାଇ ନେଇଛି।