ବାଉଁଶ କରଡ଼ି ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ, ୨ ଗୁରୁତର

ମାଲକାନଗିରି, ୧୫/୧୦ : ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଉଁଶ କରଡ଼ି ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨, ୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ବାଉଁଶ କରଡ଼ି ଖାଇବା ଯୋଗୁ ଝାଡ଼ା ବାନ୍ତି ହେବା ସହ ମୃତ୍ୟୁ ଘଟିଥିବା ଡାକ୍ତରୀ ଟିମ୍‌ ଅନୁମାନ କରୁଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।