ସୁନାବେଡ଼ା, ୧୫/୧୦: କୋରାପୁଟ ଜିଲ୍ଲା ସୁନାବେଡ଼ା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଚୋରା ଚାଲାଣ ହେଉଥିବାବେଳେ ଏକ ବୋଲେରୋରୁ ୬୯୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ସିମିଳିଗୁଡ଼ା ଅଞ୍ଚଳରୁ ସୁନାବେଡ଼ା ଅଭିମୁଖେ ଯାଉଥିବା ବୋଲେରୋଟିକୁ ପୋଲିସ ପାନଟିକା ଛକ ନିକଟରେ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ବୋଲେରୋରେ ୬୯୦ କେଜିର ଗଞ୍ଜେଇ ଥିବା ଜଣାପଡ଼ିଛି। ତେବେ ଅଭିଯୁକ୍ତକୁ ଗିରଫ କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଛି ସୁନାବେଡ଼ା ଥାନା ପୋଲିସ। ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।