ମୁମ୍ବାଇ, ୧୫/୧୦ : ତାମିଲନାଡୁରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ରିସୋର୍ଟଗୁଡିକ ଭାଙ୍ଗିଯିବ । ବାସ୍ତବରେ, ଏହି ରିସୋର୍ଟଗୁଡିକ ଏକ ହାତୀ ସଂରକ୍ଷିତ ଅଞ୍ଚଳରେ ବେଆଇନ ଭାବରେ ନିର୍ମାଣ କରାଯାଇଥିଲା | ରିସୋର୍ଟ ଭାଙ୍ଗିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ନୀଳଗିରି ପାହାଡର ମଦୁମଲାଇ ଫରେଷ୍ଟ ରେଞ୍ଜରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତି ରିସୋର୍ଟ ନିର୍ମାଣ କରିଥିଲେ। ଏହି ଅଞ୍ଚଳରେ ପାଣିପାଗ ପରିବର୍ତ୍ତନ ହେବା ପରେ ହାତୀମାନଙ୍କୁ ଅସୁବିଧା ହେଉଥିଲା। ରେସର୍ଟ ତିଆରି ହେବାପରେ ସେଠାରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଏହାଦ୍ଵାରା ହାତୀଙ୍କ ଉପରେ ପ୍ରଭାବ ପଡିଲା।
ମାଡ୍ରାସ ହାଇକୋର୍ଟରେ ୨୦୧୧ରେ ରିସର୍ଟ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ଲୋକ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେବେଠାରୁ ଏହି ମାମଲା ସୁପ୍ରିମକୋର୍ଟରେ ଅଟକି ଥିଲା। ଏବେ ସୁପ୍ରିମକୋର୍ଟ ଏଥିରେ ମୋହର ମାରିଛନ୍ତି।
୨୦୧୧ରେ ମାଡ୍ରାସ ହାଇକୋର୍ଟ ପରିବେଶ କ୍ଷତିକୁ ଦୃଷ୍ଟିରେ ରଖି ରିସୋର୍ଟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମିଥୁନ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ଯାଚିକା ଆବେଦନ କରିଥିଲେ। ସେ ତାଙ୍କ ଯାଚିକାରେ ଉଲ୍ଲେଖ କରିଥିଲେ ଯେ, ଏହାଦ୍ଵାରା ବହୁ ଲୋକଙ୍କୁ ରୋଜଗାର ମିଳୁଛି। ଏଠାରେ ଜନବସତି ଥିବାରୁ ହାତୀମାନଙ୍କର ଅବୈଧ ଶିକାର ଉପରେ ରୋକ ଲାଗିଛି।