ଶ୍ରୀନଗର, ୧୬/୧୦ : ପାକିସ୍ତାନ ପକ୍ଷରୁ ସୀମାରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ଯବାନ ଭାରତୀୟ ସୈନ୍ୟ ଶିବିରକୁ ନିଶାଣ କରି ଗୁଳିମାଡ କରିଛନ୍ତି। ଆଜି ସକାଳ ୫ଟା ୧୫ ମିନିଟରେ ପୁଂଛ ଜିଲ୍ଲାର ମେନକୋଟ ସେକ୍ଟରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ତେବେ ଭାରତୀୟ ଯବାନମାନେ ମଧ୍ୟ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ସେନା ଆଲର୍ଟ ରହିଛି ।
ସୂଚନାଯୋଗ୍ୟ, ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି । ଗତ ୧ ତାରିଖରେ ନୌଗାମ ସେକ୍ଟର ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଥିରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିପରି ୪ ଜଣ ଆହତ ହୋଇଥିଲେ ।