ନୂଆଦିଲ୍ଲୀ, ୧୬/୧୦ : ଦେଶରେ କିଛି ଦିନ ହେବ ନୂଆ କରୋନା ପଜିଟିଭିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। କିଛି ସପ୍ତାହ ପୂର୍ବରୁ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର ହେଉଥିବା ବେଳେ ଏହା ହ୍ରାସ ହେଉଥିବା ଦେଖାଯାଉଛି। ଗତ ୨୪ ଘଣ୍ଟାରେ ୬୩ ହଜାର ୩୭୧ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୮୯୫ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୧୬୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ୮ ଲକ୍ଷ ୦୪ ହଜାର ୫୨୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୬୪ ଲକ୍ଷ ୫୩ ହଜାର ୭୭୯ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।