ନୂଆଦିଲ୍ଲୀ, ୧୮/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୩ କୋଟି ୯୯ ଲକ୍ଷ ୩୮ ହଜାର ୩୫୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୧୪ ହଜାର ୧୮୮ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୨ କୋଟି ୯୮ ଲକ୍ଷ ୮୦ ହଜାର ୪୮୦ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୮୯ ଲକ୍ଷ ୪୩ ହଜାର ୬୯୦ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୭୧ ହଜାର ୯୩୪ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୪୨ ହଜାର ୪୫୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୨୪ ହଜାର ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୪ ଲକ୍ଷ ୩୨ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୬ ଲକ୍ଷ ୮୫ ହଜାର ୯୮୭ । ଏଥିରୁ ୧୫ ହଜାର ୪୧୭ ଜଣ ଗୁରୁତର ଅଛନ୍ତି ।