ଭୁବନେଶ୍ୱର, ୧୮/୧୦ : ଜଟଣୀରେ ପୁଣି ସିରିଜ୍ ବୋମା ମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଟଣୀ ମୁଣ୍ଡିଆ ସାହିରେ ବୋମାମାଡ଼ ହୋଇଛି ବୋଲି ଜଣାପଡିଛି। ବୋମାମାଡ଼ରେ ଘରର ଆଜ୍ବେଷ୍ଟେସ ଭାଙ୍ଗି ଚୁରମାର ହୋଇଥିବାବେଳେ କାନ୍ଥ ଫାଟି ଯାଇଥିବା ଜଣାପଡ଼ିଛି। ଏହି ବୋମାମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପ୍ରାୟ ୭ଟି ବୋମା ପଡ଼ିଥିବା ସୂଚନା ମିଳିଛି। ଆହତଙ୍କୁ ଜଟଣୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଜଟଣୀ ମୁଣ୍ଡିଆ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍ରେ ଫେରାର ହୋଇଯାଇଛନ୍ତି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।