ଆଇପିଏଲ – ୨୦୨୦ : ସୁପର ଓଭରରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ  ପରାସ୍ତ କରିଛି‌ କଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି,୧୮ /୧୦: ଆଜିର ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିଛି ସୁପର ଓଭର। ଏଥିରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ। ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ ବିଜୟ ଲାଭ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୧୬୩ ରନ୍‌ କରିପାରିଥିଲା। ଏହାପରେ ସୁପର ଓଭର ଖେଳାଯାଇଥିଲା। ଏଥିରେ କଲକାତା ନାଇଟ୍‌ ରାଇଜର୍ସ ବିଜୟୀ ହୋଇଥିଲା। ଫଳରେ କଲକାତା ନାଇଟ୍‌ ରାଇଡର୍ସ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି।