ଦୀପାବଳିରେ ୪୦ ହଜାର କୋଟିର କ୍ଷତି ସହିବ ଚୀନ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ ଦ୍ରବ୍ୟର ବ୍ୟବହାର ତଥା ଚୀନ୍ ବିରୋଧୀ ଉତ୍ପାଦ ଅଭିଯାନ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଦୀପାବଳିରେ ବହୁତ କ୍ଷତି ସହିବା ଆଶଙ୍କା ରହିଛି। ଏହି କ୍ଷତି ପ୍ରାୟ ୪୨ ହଜାର କୋଟି ଟଙ୍କା । ଭାସାଭତରେ, ଦୀପାବଳିର ପ୍ରାୟ ଏକ ମାସ ପୂର୍ବରୁ ପ୍ରସ୍ତୁତି ବିଷୟରେ ସପିଂ ଆରମ୍ଭ ହୁଏ । ଯେଉଁଥିରେ ଚୀନ୍‌ ସାମଗ୍ରୀ ଅଧିକ ଚାହିଦା ରହିଛି, କିନ୍ତୁ ଗାଲଭାନ୍ ଭ୍ୟାଲି ପ୍ରସଙ୍ଗ ପରେ ସରକାରୀ ତଥା ବ୍ୟବସାୟିକ ସଂଗଠନଗୁଡିକ ଏହି ଅଭିଯାନ ଚଳାଉଛନ୍ତି, ଏହି ଅଭିଯାନ ଯୋଗୁଁ ଦେଶର ଲୋକମାନେ ଚିନି ସାମଗ୍ରୀକୁ ଘୃଣା କରୁଛନ୍ତି। ବର୍ତ୍ତମାନ ଭାରତରେ ନିର୍ମିତ ସାମଗ୍ରୀର କ୍ରୟ ବୃଦ୍ଧି ପାଇଛି । ବ୍ୟବସାୟୀ ମହାସଂଘର ସଭାପତି ବି ସି ଭର୍ତିଆ ଓ ପ୍ରବୀଣ ଖଣ୍ଡେଲ୍‌ୱାଲ କହିଛନ୍ତି ଯେ ବ୍ୟବସାୟୀମାନଙ୍କ ପାଖରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ରହିଛି।

ଦୀପାବଳି ସମୟରେ ମୁଖ୍ୟତଃ ମୋବାଇଲ୍ ଫୋନ୍, ଇଲେ‌କ୍‌ଟ୍ରୋନିକ୍ସ, ଇଲେକ୍‌ଟ୍ରିକାଲ୍, ଖେଳନା, ହୋମ୍ ଫର୍ଣ୍ଣିସିଂ, କିଚେନ୍ ସାମଗ୍ରୀ, ଉପହାର ସାମଗ୍ରୀ, ହାତଘଣ୍ଟା, ରେଡିମେଡ୍ ପୋଷାକ, ‌ଜୋତା, ପ୍ରସାଧନ ସାମଗ୍ରୀ, ବିଉଟି ଉତ୍ପାଦ, ଏଫ୍ଏମ୍ଏସିଜି ଉତ୍ପାଦ, କଞ୍ଜ୍ୟୁମର ଡ୍ୟୁରେବଲ୍, ଷ୍ଟେସନାରି ଓ ସାଜ୍ଜସଜା ଆଲୋକ ମାଳା ଏବଂ ସାମଗ୍ରୀ ଅଧିକ ବିକ୍ରି ହୋଇଥାଏ। ଦୀପାବଳି ବଜାର ଲାଗି ସାମଗ୍ରୀ ତିଆରି କରିବା ପାଇଁ ମହାସଂଘ ପକ୍ଷରୁ କ୍ଷୁଦ୍ର କାରଖାନା ଓ ସ୍ଥାନୀୟ କାରିଗରମାନଙ୍କୁ କୁହାଯାଇଥିଲା। ରେହ୍‌ସିୟର୍‌ ନାମକ ସଂସ୍ଥାର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅନ୍‌ଲାଇନ୍ କାରବାରରେ ୭୦ ପ୍ରତିଶତ ବୃଦ୍ଧି ଘଟିବ। ଗତବର୍ଷ ଅକ୍ଟୋବରରେ ପ୍ରାୟ ୨୮ ନିୟୁତ ଲୋକ କିଣାକିଣି କରିଥିଲେ। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ୫୦ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଚଳିତ ବର୍ଷ ଉତ୍ସବ ସମୟରେ ପ୍ରାୟ ୪୦୦ କୋଟି ଡଲାରର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ଯାହା ଗତବର୍ଷର ୨୭୦ କୋଟି ଡଲାର ବିକ୍ରି ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ।